ବାଲେଶ୍ୱର:୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା

387
ADVERTISEMENT

ବାଲେଶ୍ୱର,(ଦୁନିଆ ହାଲ୍ ଚାଲ୍): ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଲ୍‌ଟୋ କାର (ଓଡି-୦୨ଏଏନ୍‌-୪୦୯୯)ରେ ଦୁଇଟି ପରିବାରର ୭ ଜଣ ଲୋକ ଘରକୁ ଫେରୁଥିବା ବେଳେ ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକର କୁଣ୍ଡୁପୁର ଛକ ଠାରେ ଠିଆ ହୋଇଥିବା ଏକ ପଥର ବୋଝେଇ ଡମ୍ପର୍‌କୁ ଧକ୍କା ଦେଇଥିଲେ। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ପ୍ରତାପ ଚନ୍ଦ୍ର କାମିଳା(୩୦) କଳ୍ପନା କାମିଳା(୨୩), ତପନ ରଣା(୩୫), ଶୁଭିରଂଜନ ପରିଡ଼ା(୩୫)। ଆହତମାନେ ହେଲେ ପାର୍ବତୀ ପରିଡ଼ା(୩୦) , ସାଗର ପରିଡ଼ା(୧୩) ଓ ଭାଗ୍ୟଶ୍ରୀ କାମିଳା(୩)। ଆହତମାନଙ୍କୁ ବ‌ାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisement