Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ଭୁବନେଶ୍ୱର:ଆମ ନିର୍ବାଚନୀ ଇସ୍ତାହାରର ପ୍ରଥମ ସ୍ଥାନରେ ଚାଷୀ କହିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆମ ନିର୍ବାଚନୀ ଇସ୍ତାହାରର ପ୍ରଥମ ସ୍ଥାନରେ ଚାଷୀ କହିଛନ୍ତି ମୁଖ୍ୟମନ୍ତ୍ରୀ

420
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ଚାଷୀଙ୍କ କଲ୍ୟାଣ ପାଇଁ ଆମ ସରକାର ସଚେତନ। କାଳିଆ ଯୋଜନାରୁ କୌଣସି ଚାଷୀ ବଞ୍ଚିତ ହେବେ ନାହିଁ। ଆମ ନିର୍ବାଚନୀ ଇସ୍ତାହାରର ପ୍ରଥମ ସ୍ଥାନରେ ମଧ୍ୟ ଚାଷୀ ରହିଛନ୍ତି ବୋଲି ରାଇଘର ଠାରେ ଶୁକ୍ରବାର ଦିନ ଏକ ନିର୍ବାଚନୀ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥାଏ। ଏବେ ନିର୍ବାଚନ ଆସିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସିଛନ୍ତି। ଅନୁସୂଚିତ ଜାତି ଓ ଜନଜାତିଙ୍କ ଅନୁଦାନ କେନ୍ଦ୍ର ସରକାର କାଟିଛନ୍ତି ବୋଲି ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ଷ୍ଟାଡିୟମ୍‌ରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisement