ଭାରସାମ୍ୟ ହରାଇ ବସ୍‌ ବିଲକୁ ଓଲଟି ପଡ଼ିଲା : ୨ ମୃତ, ୨୦ ଆହତ

254
ADVERTISEMENT

ଭୁବନେଶ୍ୱର,୩୧/୮(କୁନା ପ୍ରଧାନ) : ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ପୁବୁସାହି ନିକଟରେ ଶୁକ୍ରବାର ଅପରାହ୍ନ ୫ ଟା ୪୦ମିନିଟ୍‌ରେ ନାରାୟଣୀ ନାମକ ଘରୋଇ ବସ ଭାରସାମ୍ୟ ହରାଇ ୫ ଫୁଟ ତଳ ବିଲକୁ ଓଲଟି ପଡିଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପାନ ଦୋକାନ କରିଥିବା ନୟାଗଡ ଜିଲା ଫତେଗଡ ଥାନା ଫତେଗଡ ବଜାରର ଗୋବିନ୍ଦ ଚନ୍ଦ୍ର ପ୍ରଧାନ (୪୪), ଗାଡି କଣ୍ଡକ୍ଟର ବାଘମାରୀ ଥାନା ପଙ୍ଗାରସିଂହର ବର୍କତୁଲ୍ଲା ଖଁ। (୪୫)। ରାତି ହୋଇ ଯାଇଥିବାରୁ ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ବେଗୁନିଆ କୋହ୍ଲୁଅପାଟଣାର କୁନାଲ ବେହେରା, ପୁବୁସାହିର ରୋଷନ କୁମାର ବେହେରା, ନୟାଗଡ ଜିଲା ଖଣ୍ଡପଡା ମୋଟୁଆସାର ବାସନ୍ତୀ ସେଠୀ, ଫତେଗଡ ଟିକିରିପଡାର ମାଧବ ଚନ୍ଦ୍ର ସାହୁ ଓ ବୈଦେଶ୍ୱରର କୃଷ୍ଣଚନ୍ଦ୍ର ସିଂ ପ୍ରମୁଖଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ନୟାଗଡ ଜିଲା ଖଣ୍ଡପଡା ମେଟୁଆଶାର ବାସନ୍ତୀ ସେଠୀ, ଫତେଗଡ ଧାନଚେଙ୍ଗଡାର ବିଜୟ ମହାନ୍ତି, ମାମାଲି ମହାନ୍ତି, ଝୁନୁ ମହାନ୍ତି, ପୁଅ ଚିନ୍ମୟ ମହାନ୍ତି, ଦୁଧାଡିଆ ଗଁ।ର ରମେଶ ମହାନ୍ତି, ଟିକିରିପଡାର ସରୋଜିନୀ ସାହୁ, ବେଗୁନିଆ ଗଁପୁରର ଦୁର୍ଗାଚରଣ ବେହେରା ଓ ଆର୍ତ୍ତବନ୍ଧୁ ରଣା, ସିମରର ବିଜୟ ମହାନ୍ତି, ପୁବୁସାହିର ଶାନ୍ତିଲତା ମହାନ୍ତି , କଟକ ଜିଲା ବାଙ୍କୀ ଢ଼ଅଁସର ଗାଁର ଏକାଦଶୀ ପ୍ରଧାନ ପ୍ରମୁଖ ଆହତମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

Advertisement