ଗଜପତି ଜିଲ୍ଲା ଆଇନ ସେବା ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କାର୍ୟ୍ଯକ୍ରମ

293
ADVERTISEMENT
ପାରଳାଖେମୁଣ୍ଡି,୩୧/୮(ପ୍ରଭାତ କୁମାତ୍ର ପାତ୍ର ) :  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ଜିଲ୍ଲା ଆଇନ-ସେବା ପ୍ରାଧିକରଣ ପକ୍ଷରୁ ଜିଲା ସ୍ତରୀୟ ପ୍ରତିଯୋଗିତା କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଏହି ପ୍ରତିଯୋଗିତା କାର୍ୟ୍ଯକ୍ରମକୁ ପ୍ରାଧିକରଣ'ର ଅଧ୍ୟକ୍ଷା ତଥା ଜିଲ୍ଲା ଦୌରା-ଜର୍ଜ ବିଶ୍ବଜିତ ଦାସ ଉଦଘାଟନ କରିଥିଲେ । କପଟହୀନ ଛାତ୍ରାଛାତ୍ରି ମାନେ ହିଁ  ଆଇନ ଓ ନ୍ୟାୟ ଶାସନ ବିଷୟରେ ଅବଗତ ହେଲେ  ଯାଇ ସେହି ଛାତ୍ରାଛାତ୍ରି ମାନେ ଯାହା କହିବେ , ସମାଜ ତାହାକୁ ହିଁ ଗ୍ରହଣ କରିବ ,  କାରଣ  ସେହି ଛାତ୍ରାଛାତ୍ରି ମାନେ ହିଁ ଦେଶ ଗଠନରେ  ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ପାରିବେ ବୋଲି ଦୌରା-ଜର୍ଜ  ଶ୍ରୀ ଦାସ କହିଥିଲେ ।
   କାର୍ୟ୍ଯକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶୁଶ୍ରୀ ଦୀପା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଏହିଭଳି କାର୍ୟ୍ଯକ୍ରମ ମାଧ୍ୟମରେ କିଶୋରୀ-କିଶୋର ମାନଙ୍କୁ ଉପଯୁକ୍ତ ଭାବେ ଶିକ୍ଷିତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଯିବା ଆବଶ୍ୟକ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ୟ୍ଯକ୍ରମରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ ଓ ଣିଲ୍ଲ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରାଛାତ୍ରି ମାନେ ବିଭିନ୍ନ ଆଇନ ସଂପର୍କରେ କିଛିନା କିଛି ନିହାତି ଜାଣିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟନାୟକ ଯୋଗଦେଇ କାର୍ୟ୍ଯକ୍ରମରେ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ  ବୃସ କେତୁ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।୪ଟି ବିଷୟ ଉପରେ ମୁଖ୍ୟତଃ ଏହି ପ୍ରତିଯୋଗିତା କାର୍ୟ୍ଯକ୍ରମରେ ଅନୁଷ୍ଠିତ ହୋଇଥିଲା । ବକ୍ତୃତା ପ୍ରତିଯୋଗିତାରେ  ୧୪ ଜଣ ଛାତ୍ରାଛାତ୍ରି ଅଂଶଗ୍ରହଣ କରିଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ୧୪ ଜଣ , ଚିତ୍ରାଙ୍କନରେ  ୧୫ ଜଣ ଏବଂ ସ୍କ୍ରୀଟ ପ୍ରତିଯୋଗିତାରେ ୧୨ ଟି ବିଦ୍ୟାଳୟର ଛାତ୍ରାଛାତ୍ରି ମାନେ ଅଂଶଗ୍ରହଣ କରିଥିଲେ । ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ବିନୋଦ ଚନ୍ଦ୍ର ଜେନା ଏବଂ ଲିଙ୍ଗରାଜ ପ୍ରସାଦ ଦାସ ,ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ମୁରଲୀ ଧର ପରିଛା ଓ ପରମେଶ୍ବର ବେହେରା , ସ୍କ୍ରୀଟ ପ୍ରତିଯୋଗିତା ପାଇଁ ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡ଼ଃ ଜିତେନ୍ଦ୍ର ନାଥ ପଟନାୟକ ଓ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର  ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ।
     ଏହି ପ୍ରତିଯୋଗିତା ମାନଂକ ମଧ୍ୟରୁ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ ସେଣ୍ଟର'ର  ଛାତ୍ରୀ ସୁଵ୍ରତା ଜେନା  , ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଚିତ୍ରତ ପଲା ନାୟକ , ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା  ଅଲଡା ଆଦର୍ଶ ବିଦ୍ୟାଳୟର ଛାତ୍ର ସଚିଦା ନନ୍ଦ  ପ୍ରଧାନ ଏବଂ  ସ୍କ୍ରିଟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ମହାରାଜାଙ୍କ  ବାଳିକା ଉଚ୍ଚ ବିଦ୍ୟାଳୟର ଟିମ। ଆସନ୍ତା ସେପ୍ଟେମ୍ବର ମାସରେ କୋରାପୁଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିଚାରକ ମାନଙ୍କ ଦ୍ବାରା ମନୋନୀତ ହୋଇଛନ୍ତି । ସ୍କ୍ରିଟ ପ୍ରତିଯୋଗିତାକୁ ଶିକ୍ଷାବିତ୍ ବିଚିତ୍ରା ନନ୍ଦ ବେର୍ବତ୍ତା ପରିଚାଳନା କରିଥିବା ବେଳେ ସମସ୍ତ କାର୍ୟ୍ଯକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ'ର କର୍ମକର୍ତ୍ତା ଓ ବିଦ୍ୟାଳୟର  ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।

Advertisement