ଶେଷରେ ବୁଝାସୁଝା ପରେ ମଠରୁ ବାହାରିବାକୁ ମାନିଲେ ମହନ୍ତ

391
ADVERTISEMENT

ପୁରୀ,୩୧/୮(ଏଜେନସି) : ଶେଷରେ ମଠ ଛାଡିବାକୁ ରାଜି ହୋଇଛନ୍ତି ମଠ ମହନ୍ତ | ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ରାଜି ହୋଇଛନ୍ତି । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ମହନ୍ତଙ୍କ ସହିତ ସକାଳେ ପୁଣି ଆଲୋଚନା କରି ବୁଝାସୁଝା କରିଥିଲେ । ଶେଷରେ ମହନ୍ତ ରାଜି ହୋଇଛନ୍ତି । ସେପଟେ ମଠରୁ ମହନ୍ତ ହଟିବା ପରେ ଉଚ୍ଛେଦ କାମ ଆଗେଇ ନେବାକୁ ପ୍ରଶାସନ ମଧ୍ୟ ପ୍ରସ୍ତୁତି କରିଛି । ଆଜି ଏମାର ମଠର ମୁଖ୍ୟ ମନ୍ଦିର ବା ଗାଦିକୁ ଛାଡି ଅନ୍ୟ ସମସ୍ତ ଉଚ୍ଛେଦ ସାରିବାକୁ ପ୍ରଶାସନ ଯୋଜନା ରଖିଛି । ସେପଟେ ଆଜି ୨୦ଟି ଦୋକାନ ଭଂଗା ଯିବାକୁ ମଧ୍ୟ ଯୋଜନା ରହିଛି । ବଣିଆ ପଟି ରୁ ୧୦ରୁ ଅଧିକ ଗହଣା ଦୋକାନକୁ ଉଚ୍ଛେଦ କରାଯିବ । ସେପଟେ ଉଚ୍ଛେଦକୁ ନଜରରେ ରଖି ସେସୁ ପକ୍ଷରୁ ବିଜୁଳି କାଟ୍ କରାଯାଇଛି । କାକୁଡି ଖାଇ ଛକରୁ ଦୋଳମଣ୍ଡପ ସାହି ଯାଏଁ ରାସ୍ତାକୁ ସିଲ୍ କରାଯାଇଛି । ସୁରକ୍ଷାରେ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଅତୀତରେ ପ୍ରାୟ ୯୫ କୋଟି ଟଙ୍କାର ୫ଶହରୁ ଅଧିକ ରୁପା ଇଟା ଏହିଭଳି ଏକ ଭଗ୍ନ ଅବସ୍ଥାରେ ଥିବା ଗୁପ୍ତ କୋଠରିରୁ ମିଳିଥିଲା, ସେହି ଦୃଷ୍ଟିରୁ ଏଠାରେ ବି ଅନେକ ସୁନା, ରୁପା ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ନାହିଁ। ଶୁକ୍ରବାର ଯେଉଁ ଗୁପ୍ତ କୋଠରି ସବୁର ସନ୍ଧାନ ମିଳିଥିଲା, ତାହା ଉପରୁ ପରଦା ହଟାଇବା ବଦଳରେ ଏହାକୁ ପୋତି ଦେଇଛି।


Advertisement