ପଶ୍ଚିମବଙ୍ଗର ପାଞ୍ଚ ଶହ ପାରା ଜବତ

264
ADVERTISEMENT

ବଲାଙ୍ଗିର,୩୦/୮(ଏଜେନସି) : ବଲାଙ୍ଗିର ଆର୍‌ପିଏଫ୍‌ ଦ୍ୱାରା ଜବତ ହୋଇଛନ୍ତି ପଶ୍ଚିମବଂଗର ଶହ ଶହ ପାରା । ହାୱଡ଼ା-କୋରାପୁଟ ଏକ୍ସପ୍ରେସରେ ପଶ୍ଚିମବଂଗର ଉଲବେରିଆ ଅଞ୍ଚଳରୁ ପାଞ୍ଚ ଶହ ପାରାଙ୍କୁ ପାଞ୍ଚଟି ପେଟିରେ ପୂରାଇ ଟିଟିଲାଗଡ଼ ଚାଲାଣ କରାଯାଉଥିବା ଜଣାପଡ଼ିଛି । ବେଆଇନ ଭାବେ ପାସେଞ୍ଜର ବଗିରେ ପାରା ଚାଲାଣ କରାଯାଉଥିବା ଖବର ପାଇ ଟିଟିଲାଗଡ଼ ଆରପିଏଫ୍ ପାରାମାନଙ୍କୁ ଜବତ କରିବା ସହିତ ଟିଟିଲାଗଡ଼ର ନନ୍ଦିକେଶର ଦୁର୍ଗା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ଆର.ପି.ଏଫ୍ ଅଧିକାରୀମାନେ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର ଯାଇଥିବାରୁ ଅଧିକାରୀଙ୍କ ମତାମତ ମିଳିପାରିନାହିଁ । ଦଶହରାରେ ହେଉଥିବା ଭବାନୀପାଟଣାର ମାଣିକେଶ୍ୱରୀ ଯାତ୍ରାରେ ବହୁ ସଂଖ୍ୟାରେ ପାରା ଦରକାର ହୋଇଥାଏ । ତେଣୁ ସେଠାରେ ବିକ୍ରୀ କରିବା ପାଇଁ ପଶ୍ଚିମବଂଗରୁ ପାରା ମାନଙ୍କୁ ଟିଟିଲାଗଡ଼ ଆଣୁଥିବା ଅଟକ ନନ୍ଦିକେଶର କହୁଥିବା ବେଳେ, ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ।

Advertisement