ଭଦ୍ରକ,୩୦/୮(ଏଜେନସି) : ସରପଞ୍ଚଙ୍କ ଘରେ ଭିଜିଲାନ୍ସ୍। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ। ଭଦ୍ରକ ଭଣ୍ଡାରିପୋଖରୀ ବ୍ଳକ ତେସିଙ୍ଗା ସେବା ସମବାୟ ସମିତି ସଂପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ରାଜେନ୍ଦ୍ରଙ୍କ ସ୍ତ୍ରୀ ସଂଗୀତା ଖଣ୍ଡେଇ ତେସିଙ୍ଗା ସରପଂଚ ଅଟନ୍ତି। ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରାଜେନ୍ଦ୍ରଙ୍କ ଘରେ ରେଡ୍ କରାଯାଉଛି। ରାଜେନ୍ଦ୍ରଙ୍କ ବାସଭବନ ସହ ଇଟା ଫ୍ୟାକ୍ଟ୍ରି, ଶ୍ୱଶୂର ଘର, ତେସିଙ୍ଗା ସେବା ସମବାୟ ସମିତି, ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଓ ତାଙ୍କ ବନ୍ଧୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

















