ରାସ୍ତା କଡ଼ରେ ଠିଆ ହୋଇଥିଲେ ; ଚଢ଼ିଗଲା ଟ୍ରକ୍‌

275
ADVERTISEMENT

ଜଳେଶ୍ୱର,୩୦/୮(ଏଜେନସି) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ। ବିମଳ ଆଜି ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ମାଲବାହୀ ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisement