ମଉନ ବ୍ରତରେ ବସିଛନ୍ତି ମହନ୍ତ, ଅଣାଗଲା ବଡ଼ କଣ୍ଟେନର

264
ADVERTISEMENT

ପୁରୀ,୩୦/୮(ଏଜେନସି) : ବହୁ ଚର୍ଚ୍ଚିତ ଦ୍ୱାଦଶ ଶତାବ୍ଦିର ‘ଏମାର ମଠ’ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ମଠର ରଘୁନନ୍ଦନ ପାଠାଗାର ଭଙ୍ଗା ଯାଉଛି। ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ମଠରୁ ବାହାରୁ ନ ଥିବା ଯୋଗୁ ମୁଖ୍ୟ କୋଠା ଉଚ୍ଛେଦ କାର୍ଯ୍ୟ କରାଯାଇପାରୁନାହିଁ। ସେ ଭିତରେ ମଉନ ବ୍ରତରେ ବସିଥିବା ଚର୍ଚ୍ଚା ହେଉଛି। ତେବେ ମହନ୍ତଙ୍କ ରହିବା ଲାଗି ପ୍ରଶାସନ ପକ୍ଷରୁ ୩୫ ଫୁଟ ଲମ୍ବ ୧୦ ଫୁଟ ଚଉଡ଼ାର ଏକ ବଡ଼ କଣ୍ଟେନର ଅଣାଯାଇଛି। କିନ୍ତୁ ଉକ୍ତ କଣ୍ଟେନରରେ ରହିବା ଲାଗି ମହନ୍ତ ଅମଙ୍ଗ ହେଉଥିବା ସୂଚନା ମିଳିଛି। ମଠ ଭିତରକୁ ପୋଲିସ କାହାରିକୁ ଛାଡ଼ି ଦେଉ ନ ଥିବା ବେଳେ ମହନ୍ତ ମଧ୍ୟ ଗଣମାଧ୍ୟମଠାରୁ ଦୂରେଇ ରହିଛନ୍ତି। ତେବେ ପ୍ରଶାସନ ମହନ୍ତଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ଗୁରୁବାର ମଠର କୋଠିଘର ଭଙ୍ଗା ଯାଇଥିବା ବେଳେ ଶୁକ୍ରବାର ରଘୁନନ୍ଦନ ଲାଇବ୍ରେରୀ, ଦୋକାନ ଘର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।

Advertisement