ଭୁବନେଶ୍ୱର,୩୦/୮(କୁନା ପ୍ରଧାନ) : ପୁଲିସ ସହ ଲୋକଙ୍କୁ ଯୋଡିବାକୁ ପୁଲିସ ପ୍ରଶାସନର ଉଦ୍ୟମ । ଟ୍ୱିନ ସିଟିର ଅଫିସର ଓ ପ୍ରତି ଜିଲ୍ଲାର ୨ ଅଫିସରଙ୍କ ସହ ଭୁବନେଶ୍ୱରରେ ଡିଜିପି ବୈଠକ କରିଛନ୍ତି । ବିକେ ଶର୍ମା ପୁଲିସ ଡିଜିପି ହେବା ପରେ ଲୋକଙ୍କ ସହ ପୁଲିସର ସଂପର୍କକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ପୁଲିସ କର୍ମଚାରୀ କିପରି ଲୋକଙ୍କ ଆସ୍ଥା ଜିଣି ପାରିବେ ସେନେଇ ଆଲୋଚନା ହୋଇଛି । ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପୁଲିସର କ’ଣ କରିବା ଆବଶ୍ୟକ, ଥାନାକୁ ନ୍ୟାୟ ପାଇଁ ଯାଉଥିବା ଲୋକଙ୍କୁ କିପରି ବ୍ୟବହାର କରାଯିବ ତା ଉପରେ ଫୋକସ କରାଯାଇଛି ।
ବଦଳିବ ପୁଲିସ ଅଧିକାରୀଙ୍କ ବ୍ୟବହାର। ପରିବର୍ତ୍ତିତ ଉଚ୍ଚାରଣ ଓ ଆଚରଣରେ ସେମାନେ ଲୋକଙ୍କର ବିଶ୍ବାସଭାଜନ ହେବେ। ଏଥିପାଇଁ ପୁଲିସ ଅଫିସର ତଥା କର୍ମଚାରୀଙ୍କ ପାଇଁ ୮ ସୂତ୍ରୀ ମାନଦଣ୍ଡ ପ୍ରସ୍ତୁତ ହୋଇଛି। ଏହାକୁ ଆଧାର କରି ଅଧିକାରୀମାନେ ଶୃଙ୍ଖଳିତ ହେବେ, ଆଚରଣରେ ପରିବର୍ତ୍ତନ ଆଣିବେ। ଯେଉଁମାନେ ମାନଦଣ୍ଡ ଅନୁଯାୟୀ କାମ ନ କରିବେ, ସେହି ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ। ଅନ୍ୟପଟେ ଓଡ଼ିଶା ପୁଲିସ ପକ୍ଷରୁ ‘ମୋ ସରକାର’ ଯୋଜନାରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସ୍ଥିର ହୋଇଛି।

















