୫ କିମିରେ ୫ ଶହ ହମ୍ପସ୍‌ ଓ ଖାଲ, ବଢୁଛି ଦୁର୍ଘଟଣା, ଯାତ୍ରୀ ହନ୍ତସନ୍ତ ନୂଆ : ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା

324
ADVERTISEMENT

ନିରାକାରପୁର,୩୦/୮(ଏଜେନସି) : ନୟାଗଡ଼ ଜିଲ୍ଲାରୁ ପୁରୀକୁ ସଂଯୋଗ କରୁଥବା ନୂଆ ଜଗନ୍ନାଥ ସଡ଼କ ମରଣଯନ୍ତା ପାଲଟିଛି। ରାସ୍ତାସାରା ଶହଶହ ଖାଲ ସାଙ୍ଗକୁ ଅଗଣିତ ହମ୍ପସ୍‌ ଯୋଗୁଁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହି ରାସ୍ତାରେ ପୁରୀକୁ ତୀର୍ଥଯାତ୍ରୀଙ୍କ ଗାଡ଼ି ସମେତ ବହୁ ସଂଖ୍ୟାରେ ମାଲବାହୀ ଯାନ ଯାତାୟାତ କରିଥାଏ। ରାମେଶ୍ବରଠାରେ ୧୬ ନମ୍ବର ଜାତୀୟ ରାଜପଥରୁ ନିରାକାରପୁର ଆଡ଼କୁ ମାତ୍ର ୫ କିମି ରାସ୍ତା ଅତିକ୍ରମ କରିବାକୁ ୧ ଘଂଟାରୁ ଅଧିକ ସମୟ ଲାଗୁଛି। ବିପଦପୂର୍ଣ୍ଣ ହମ୍ପସ ସାଙ୍ଗକୁ ରାସ୍ତା ସାରା ପିଚୁ ଓ ମେଟାଲ ଉଠି ବଡ଼ବଡ଼ ଗର୍ତ ସୃଷ୍ଟି ହେବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ସ୍ଥାନୀୟ ବାସିନ୍ଦାଙ୍କ ଦାବି ପରେ ଠିକା ସଂସ୍ଥା ପକ୍ଷରୁ ବହୁଦିନ ତଳେ ଛୋଟ ମେଟାଲ ପଥରରେ ଖାଲ ଗୁଡ଼ିକ ପୂରଣ କରାଯାଇଥିଲା। ହେଲେ ଏବେ ତାହା ଉଠିଯାଇ ରାସ୍ତାସାରା ବିଛାଇ ହୋଇପଡିଛି।

Advertisement