Thursday, September 24, 2026
ADVERTISEMENT
Home ମୁଖ୍ୟ ଖବର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ

327
ADVERTISEMENT

ସେମିଳିଗୁଡା,୩୦/୮(ଏଜେନସି) : ଗୁଣାତ୍ମକ ଶିକ୍ଷା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରାକୃତିକ ପରିବେଶ ବେଶ ଅନୁକୂଳ। ଆବଶ୍ୟକ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଶିକ୍ଷାଦାନର ମାନ ବୃଦ୍ଧି କରିବାକୁ ଅନେକ ପଦକ୍ଷେପ ନିଆଯାଇଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ବିକାଶ ପାଇଁ ଆମେ ଦୃଢ଼ ସଂକଳ୍ପବଦ୍ଧ। ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପାଲିତ।

ସୁନାବେଡ଼ା ସ୍ଥିତ ମୁଖ୍ୟ କ୍ୟାମ୍ପସରେ ଆୟୋଜିତ ଏକାଦଶ ପ୍ରତିଷ୍ଠାତ ଦିବସ ଉତ୍ସବରେ କୁଳପତି ପ୍ରଫେସର ପାଲିତ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ରାମାନୁଜନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁମତ ପ୍ରସାଦ ଅଗ୍ରଵାଲ ଯୋଗଦେଇ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ଚାରିଟି ଦିଗ ଉପରେ ଆଲୋଚନା କରିଥିଲେ। ଶିକ୍ଷକତା ଓ ତାଲିମ, ଅଭିନବ ଗବେଷଣା, ଶୃଙ୍ଖଳିତ ଶିକ୍ଷା ଏବଂ ସାଧାରଣ ପ୍ରଶାସନ ଗୁରୁତ୍ବ ଦେଇ ଗୁଣାତ୍ମକ ଶିକ୍ଷାରେ ଏହାର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅସିତ କୁମାର ଦାସ ସ୍ବାଗତ ଭାଷଣରେ ବିଶ୍ବବିଦ୍ୟାଳୟର ଗୌରବମୟ ଇତିହାସ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡ. ସୌରଭ ଗୁପ୍ତା ମଞ୍ଚ ସଂଯୋଜନା କରିଥିବା ବେଳେ ଶେଷରେ ଡ. ରମେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଷ୍ଠା ଦିବସ ଉତ୍ସବ ପୂର୍ବରୁ କ୍ୟାମ୍ପରେ ବିଶ୍ବବିଦ୍ୟାଳୟର ପତାକା ଉତ୍ତୋଳନ କରାଯାଇଥିଲା। ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ରଛତ୍ରୀ, ପ୍ରଫେସର ଏବଂ କର୍ମଚାରୀ ସହଯୋଗ କରିଥିଲେ।

Advertisement