ଟାଙ୍ଗୀ ବାଇପାସ୍‌ ନିକଟରେ ଜଳିଗଲା ଟ୍ୟାଙ୍କର

256
ADVERTISEMENT

ଟାଙ୍ଗୀ,୩୦/୮(ଏଜେନସି) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍‌ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କେମିକାଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ସଂପୂର୍ଣ୍ଣ ଜଳି ଯାଇଥିବାର ଖବର ମିଳିଛି । ପରେ ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ନିଆଁରେ ପୋଡ଼ି ହୋଇ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର୍‌ ଗୁରୁତର ହୋଇସାରିଥିଲେ । ଉଭୟଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଭୁବନେଶ୍ୱରର ଏମ୍ସକୁ ନିଆଯାଇଥିବା  ଜଣାଯାଇଛି । ମିଲିଥିବା ସୂଚନା ଅନୁସାରେ ଟ୍ୟାଙ୍କରଟି କଟକରୁ ବ୍ରହ୍ମପୁର ଯାଉଥିଲା । ଉକ୍ତ ଟ୍ୟାଙ୍କରର ନମ୍ବର ହେଲା OR05AA7231। ୧୬ ନମ୍ୱର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍‌ ନିକଟରେ ସେହି ଚଳନ୍ତା ଟ୍ୟାଙ୍କରଟିର କୌଣସି ଏକ ଗାଡ଼ି ସହ ଧକ୍କା ହୋଇଥିଲା। ମାତ୍ର ଉକ୍ତ ଗାଡ଼ିଟି ସେଠାରେ ନାହିଁ।

Advertisement