ରାଜ୍ୟର ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି କମ୍

359
ADVERTISEMENT

ଭୁବନେଶ୍ବର,(ଦୁନିଆ ହାଲ୍ ଚାଲ୍): ମାଗଣା ପୋଷାକ ବଣ୍ଟନ ହେଉଛି। ମଧ୍ୟାହ୍ନଭୋଜନ ବି ଦିଆଯାଉଛି। ସରକାରୀ ଉଚ୍ଚ ବିଦ୍ୟାଳୟ ପିଲାଙ୍କୁ ସାଇକେଲ୍‌, ଜୋତା ଆଦି ଯୋଗାଣ ହେଉଛି। ଏଭଳି ଅନେକ ଯୋଜନା ପରେ ମଧ୍ୟ ରାଜ୍ୟର ସରକାରୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍ଥିତିରେ କୌଣସି ସୁଧାର ଆସୁନି। ଭିତ୍ତିଭୂମି ଅଭାବ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ମିଳୁ ନଥିବାରୁ ସରକାରୀ ବିଦ୍ୟାଳୟରୁ ମୁହଁ ମୋଡ଼ୁଛନ୍ତି ଛାତ୍ରଛାତ୍ରୀ। ଯେଉଁଥିପାଇଁ ପ୍ରତିବର୍ଷ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବା ସହ ବେସରକାରୀ ବିଦ୍ୟାଳୟରେ ଉପସ୍ଥାନ ବଢ଼ୁଛି। ସ୍ଥିତି ଏମିତି ହେଲାଣି ଯେ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଇତିମଧ୍ୟରେ ୫୦ଲକ୍ଷ ତଳକୁ ଖସି ଆସିଲାଣି। ଓଡ଼ିଶା ପାଇଁ ପ୍ରସ୍ତୁତ ‘ସମଗ୍ର ଶିକ୍ଷା’ ବାର୍ଷିକ ଯୋଜନା ଓ ବଜେଟ୍‌ରେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ପ୍ରାଥମିକ ସ୍ତରରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତିନି ବର୍ଷରେ ୩ ଲକ୍ଷରୁ ଅଧିକ କମିଛି।

Advertisement