ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ନିମନ୍ତେ ଦିନିକିଆ ପ୍ରଶିକ୍ଷଣ ଶିବିର

308
ADVERTISEMENT

ବୈପାରିଗୁଡା,୨୯/୮ : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ସ୍ଥିତ ବୈପାରିଗୁଡା ଗ୍ରାମ ପଞ୍ଚାୟତ ପରିସରରେ ଥିବା ସଭାଗୃହ ଠାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଭାଗିରଥି ମୁର୍ଜିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବୈପାରିଗୁଡା, କେନ୍ଦୁଗୁଡ଼ା ଏବଂ ପୂଜାରୀଗୁଡା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ,ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଇସିଡ଼ିଏସର ସୁପରଭାଇଜର,ଅଙ୍ଗନବାଡି କର୍ମୀ,ସାମାଜିକ କର୍ମୀ ଓ ବିଭିନ୍ନ ବିଦ୍ୟାଳୟର ଶିଶୁ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ତାଲିମ ଦାତା ଶ୍ରୀ ସରୋଜ ଗରଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସଂଯୋଜକ ଶ୍ରୀ ରାଜେଶ କୁମାର ନାୟକ ଏବଂ ସତ୍ୟଶମ୍ଭୁ ଅନୁଷ୍ଠାନର ସମାଜକର୍ମୀ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ପାଳ ଉପସ୍ଥିତ ରହି ସମସ୍ତଙ୍କୁ ସଚେତନତା ମୂଳକ ବାର୍ତ୍ତା ଓ ମାର୍ଗ ଦର୍ଶନ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ବିଷୟରେ ବୁଝାଇବା ଅବସରରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ କମିଟି ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ଭୂମିକା ଓ ଦାୟିତ୍ୱ ଗୁଡ଼ିକ ବୁଝାଇବା ସହିତ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ନିମନ୍ତେ ଏକ ସୁଗମ ବାର୍ତ୍ତା ହେବ ବୋଲି ସମସ୍ତେ ଅନୁଭବ କରିଥିଲେ । ପରିଶେଷରେ ସତ୍ୟଶମ୍ଭୁ ଅନୁଷ୍ଠାନର ସଂଯୋଜକ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement