ଏମାର ମଠ ଉଚ୍ଛେଦ ସମୟରେ ସାମ୍ନାକୁ ଆସିଲା ‘ସୁଡ଼ଙ୍ଗ’ ଭିତରେ ଥିବା ଭୂତଳ କୋଠରୀ

363
????????????????????????????????????
ADVERTISEMENT

ପୁରୀ,୨୯/୮(ଏଜେନସି ) : ଉଚ୍ଛେଦ ବେଳେ ସାମନାକୁ ଆସିଲା ଏମାର ମଠ ଭିତରେ ମାଟି ତଳେ ଥିବା ଏକ ସୁଡ଼ଙ୍ଗ ଘର । ଭୂତଳ ଘର ଭିତରେ କ’ଣ ରହିଛି ତାକୁ ନେଇ ଆରମ୍ଭ ହୋଇଛି ବଡ ଚର୍ଚ୍ଚା । ଏହି ଭୂତଳ ଘରେ କିଛି ଗୁପ୍ତ ଧନ ରହିଥିବା ନେଇ ଆଶା ମଧ୍ୟ ପ୍ରକାଶ ପାଉଛି । ୨୦୦୮ରେ ଏମାର ମଠରୁ ଶହ ଶହ ରୂପା ଇଟା ମିଳିଥିଲା । ପୂର୍ବରୁ ବିଭିନ୍ନ କୂଅ ଏବଂ କାନ୍ଥ ଭିତରେ ସୁନା, ରୂପା ଲୁଚେଇ ରଖାଯାଉଥିବାରୁ ଦ୍ୱାଦଶ ଶତାଦ୍ଦୀର ଏହି ମଠ ଭିତରେ ଅନେକ ଗୁପ୍ତ ଧନ ଥିବା ନେଇ ରାଜ୍ୟବାସୀ ବିଶ୍ୱାସ କରନ୍ତି । ତେବେ ଜିନିଷପତ୍ର ସାଇତି ରଖିବା ଲାଗି ଏହି ଭୂତଳ କୋଠରୀ ନିର୍ମାଣ କରାଯାଇଥିଲା ବୋଲି ଅନୁମାନ କରାଯାଉଛି। ସ୍ନେକ ହେଲପ ଲାଇନ ସଦସ୍ୟଙ୍କ ସୂଚନା ଅନୁସାରେ ଏହି ଭୂତଳ କୋଠରୀରେ ବହୁ ସଂଖ୍ୟାରେ ମୂଷା ଓ ଚେମେଣି ରହିଥିବା ଦେଖିବାକୁ ମିଳିଛି। ଏପଟେ ଏମାର ଏମାର ମଠରେ ଉଚ୍ଛେଦ ଚାଲିଥିବା ବେଳେ ସେପଟେ ମଠ ଛାଡୁନାହାନ୍ତି ମଠ ମହନ୍ତ । ମଠ ଭିତରେ ଧ୍ୟାନ ମୂଦ୍ରାରେ ବସିଛନ୍ତି ମହନ୍ତ ମହାରାଜ । ଧ୍ୟାନମୁଦ୍ରାରେ ବସିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ଗତକାଲି ବି ଭଙ୍ଗା ନେଇ ନୋଟିସ ଦେବାକୁ ଯାଇଥିବାବେଳେ ନୋଟିସକୁ ଗ୍ରହଣ କରିନଥିଲେ ମହନ୍ତ । ଫଳରେ ପ୍ରଶାସନ ପକ୍ଷରୁ ମଠରେ ଲଟକେଇ ଝୁଲାଯାଇଥିଲା । ପୁରୀ ଏମାର ମଠ ମୁଖ୍ୟ କୋଠାର ଭିତର ପଟ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ତିନି ମହଲା କୋଠାକୁ ମାଟିରେ ମିଶାଇବା ପାଇଁ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ଚାଲିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ଉଚ୍ଚ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କାକୁଡିଖାଇ ଛକରୁ ଆଗକୁ ଟ୍ରାଫିକ କଟକଣା ଜାରି ରହିଛି, ସେହିବାଟ ଦେଇ କାହାରିକୁ ଯିବାକୁ ଦିଆଯାଉ ନାହିଁ । ଅନ୍ୟପଟେ ମଠ ଭାଙ୍ଗିବା ସମୟରେ ସାପ ବାହାରିବା ଭୟ ଥିବାରୁ ସ୍ନେକ ହେଲପ ଲାଇନ ସଦସ୍ୟମାନେ ସତର୍କ ଅଛନ୍ତି ।

Advertisement