Wednesday, September 23, 2026
ADVERTISEMENT
Home ବ୍ୟବସାୟ କେନ୍ଦ୍ର ସରକାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନିତୀର ସମୀକ୍ଷା କରିବେ ;

କେନ୍ଦ୍ର ସରକାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନିତୀର ସମୀକ୍ଷା କରିବେ ;

382
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) :ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ନୀତିର ସମୀକ୍ଷା କରାଯିବ। ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ଅନୁମୋଦନ ମିଳିଛି। ଏଫଡିଆଇ ନୀତିରେ ସଂସ୍କାର ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପ୍ରଭାବ ସହ ଲାଭ ମିଳିବ ବୋଲି ଜଣାପଡିଛି। ଏଫଡିଆଇ ନୀତିରେ ପରିବର୍ତନ ହେବା ଫଳରେ ଭାରତ ଅଧିକ ଆକର୍ଷଣୀୟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ ହେବ। ଏହା ଦ୍ୱାରା ଦେଶରେ ନିବେଶ, ନିଯୁକ୍ତି ଇତ୍ୟାଦି ଅଭିବୃଦ୍ଧି ପାଇବ। ଏହା ଫଳରେ କୋଇଲା ବିକ୍ରି, ସହାୟକ ପ୍ରକ୍ରିୟାକରଣ ଭିତିଭୂମି ସମେତ କୋଇଲା ଖନନ ଜନିତ କାର୍ଯ୍ୟ କଳାପ ଲାଗି ସ୍ୱୟଂକ୍ରିୟ ମାର୍ଗରେ ଶତପ୍ରତିଶତ ଏଫଡିଆଇକୁ ମଞ୍ଜୁରି ମିଳିବା ସହ ଏକ ଦକ୍ଷ ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ଲାଗି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆକୃଷ୍ଟ ହେବେ।ଏହା ଦ୍ୱାରା ମେକ ଇନ ଇଣ୍ଡିଆ ଲକ୍ଷ୍ୟ ହାସଲ ଦିଗରେ ବିଦେଶୀ ପୁଞ୍ଜି ନିବେଶକୁ ମଞ୍ଜୁରୀ ଓ ଏକକ ବ୍ରାଣ୍ଡ ଖୁଚୁରା ବାଣିଜ୍ୟ କ୍ଷେତ୍ରରେ ସ୍ଥାନୀୟ ଉତ୍ସ ସର୍ତାବଳୀକୁ କୋହଳ କରିବା ଲାଗି ସୁଯୋଗ ସୃଷ୍ଟି ହୋଇପାରିବ। ଦେଶରେ ବ୍ୟବସାୟିକ ସୁଗମତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଫଡିଆଇ ନୀତିର ଉଦାରୀକରଣ ଓ ସରଳୀକରଣ ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି। ଏହା ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହିତ ନିବେଶ, ଆୟ ଓ ନିଯୁକ୍ତି ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ କରିପାରିବ।

Advertisement