ଭୁବନେଶ୍ୱର,୨୯/୮(କୁନାପ୍ରଧାନ) : ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ! ଏଣିକି ପାର୍କିଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ କମିଶନରେଟ୍ ପୁଲିସ୍ କଡ଼ାକଡ଼ି କରିଛି।ଗତକାଲି ଭୁବନେଶ୍ୱର ଓ କଟକରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ରଖିଥିବା ୭୫୭ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ କମିଶନରେଟ୍ ପୁଲିସ୍ ୧ ଲକ୍ଷ ୮୨ ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ଟ୍ୱିଟ୍ରେ ସୂଚନା ଦିଆଯାଇଛି। ଏଥିସହ ବ୍ୟସ୍ତବହୁଳ ରାସ୍ତାରେ ଗାଡ଼ି ପାର୍କିଂ କରି ଟ୍ରାଫିକ୍ ଜାମ୍ ନ କରିବା ପାଇଁ ମଧ୍ୟ ନିବେଦନ କରାଯାଇଛି। ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ଆଦୌ କୋହଳ କରାଯିବ ନାହିଁ ବୋଲି ଚେତାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ନୂଆ ବ୍ୟବସ୍ଥାକୁ ଲୋକେ ସ୍ୱାଗତ କରିଛନ୍ତି। ହେଲେ ପ୍ରଥମେ ପାର୍କିଂ ପାଇଁ ଜାଗା ଚିହ୍ନଟ କରିବା ପରେ ଜରିମାନା ଆଦାୟ କରାଯାଉ ବୋଲି ଗାଡି ଚାଳକ ମତ ଦେଇଛନ୍ତି।

















