ଭୁବନେଶ୍ବର,୨୯/୮(କୁନାପ୍ରଧାନ) : ବିଜେଡି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଥମ ଥର ପାଇଁ ସରକାର ଏହି ନୂଆ ପଦବି ସୃଷ୍ଟି କରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ଶ୍ରୀ ମଙ୍ଗରାଜ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ। ବିଜେଡିରେ ଯୋଗ ଦେଲା ପରେ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହ ଗଣମାଧ୍ୟମ ଦାୟିତ୍ବ ଦିଆଯାଇଥିଲା।
















