Wednesday, September 23, 2026
ADVERTISEMENT
Home ମୁଖ୍ୟ ଖବର ଦବିଲା କାଠଯୋଡି ପୋଲ, ଯାତାୟତ ବାଧାପ୍ରାପ୍ତ

ଦବିଲା କାଠଯୋଡି ପୋଲ, ଯାତାୟତ ବାଧାପ୍ରାପ୍ତ

286
ADVERTISEMENT

ଭୁବନେଶ୍ୱର,୨୮/୮(କୁନା ପ୍ରଧାନ) : କଟକ-ଭୁବନେଶ୍ୱର ରାସ୍ତାରେ ଥିବା କାଠଯୋଡି ନଦୀ ଉପର ପୋଲର ସାଇଡଓ୍ଵାଲରେ ବୁଧବାର ଏକ ବଡ଼ଧରଣର ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଫାଟକୁ ଦେଖି ପୋଲ ଉପର ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ, ଗୋପାଳପୁର- ଲିଙ୍କରୋଡ ରାସ୍ତାକୁ ସଂଯୋଗ କରୁଥିବା ଏହି କାଠଯୋଡି ପୋଲର ସାଇଡଓ୍ଵାଲରେ ଫାଟ ଦେଖିବାକୁ ମିଳିଥିଲା। ଫଳରେ କଟକ ପଟରୁ ଏହି ପୋଲଟି ଦବି ଥିବା ସୂଚନା ମିଳିଛି। ଦବି ଥିବା ସ୍ଥାନକୁ ଏନ୍‌ଏଚଆଇ ଓ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ପୋଲ ଉପରେ ଫାଟ ସୃଷ୍ଟି ହେବା ପରେ ଯାତାୟାତକୁ ବନ୍ଦ କରି ଦିଆଯାଇଛି। ଘଟଣାସ୍ଥଳରେ କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରର ପଲାଶୁଣୀ ଓଭରବ୍ରିଜ୍‌ ଦବି ଯାଇଥିବା ସୂଚନା ମିଳିଥିଲା। କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥର ହାଇଟେକ୍‌ ମେଡିକାଲ କଲେଜ୍‌ ଛକ ନିକଟରେ ଏହି ଘଟଣା ଘଟିଥିଲା।

Advertisement