Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ନବୀନଙ୍କ ଅଭିଯୋଗର କଡା ଜବାବ୍ ଦେଲେ ବୈଜୟନ୍ତ

ନବୀନଙ୍କ ଅଭିଯୋଗର କଡା ଜବାବ୍ ଦେଲେ ବୈଜୟନ୍ତ

367
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ଗଞ୍ଜାମକୁ ନିର୍ବାଚନ ପ୍ରଚାରରେ ଆସି ନବୀନ ଆଣିଥିବା ଆରୋପର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ତିତ୍‌ଲି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓଡ଼ିଶାରେ ପ୍ରାକୃତିକ ବିପତ୍ତି ବେଳେ ଜାତୀୟ ଦଳର କୌଣସି ନେତା ଆସୁନଥିବା ଅଭିଯୋଗ ମିଛ। ଏଭଳି ମନ୍ତବ୍ୟ କେବଳ ନିର୍ବାଚନବେଳେ ମାଇଲେଜ୍ ନେବାକୁ କୁହାଯାଉଛି।
ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି, ସରକାରରେ ଥାଆନ୍ତୁ କି ବିରୋଧୀଦଳ, ବିଜେପି କେନ୍ଦ୍ରୀୟ ନେତାମାନେ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଆସିଛନ୍ତି। ଏମିତିକି ବିଜେଡି ଗଠନ ହେବା ପୂର୍ବରୁ ମଧ୍ୟ ଓଡ଼ିଶା ପ୍ରତି ବିଜେପିର ପ୍ରତିବଦ୍ଧତା ରହିଆସିଛି। ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ପ୍ରମୋଦ ମହାଜନ ଓ ଆଡ଼ଭାନୀଙ୍କ ଭଳି ନେତାଙ୍କ ସହଯୋଗରେ ହିଁ ବିଜେଡିର ଗଠନ ହୋଇଛି। ଓଡ଼ିଶାରେ ଏବେ ପରିବର୍ତ୍ତନର ଅନ୍ତଃସ୍ୱର ଦେଖିବାକୁ ମିଳୁଛି ଓ ବିଜେପି ପ୍ରତି ସମର୍ଥନ ବହୁ ମାତ୍ରାରେ ବଢୁଛି ବୋଲି ବୈଜୟନ୍ତ କହିଛନ୍ତି।

Advertisement