ହାତୀ କବଳରେ ପଡ଼ି ମହିଳା ମୃତ

337
ADVERTISEMENT

ଆଠମଲ୍ଳିକ,୨୮/୮: ବୁଧବାର ଭୋର୍‌ ସମୟରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ନଅଗାଁ ଗ୍ରାମପଞ୍ଚାୟ ଅଞ୍ଚଳର ନୂଆଗଡ଼ ଗାଁ’ରେ ଜଣେ ବୟସ୍କ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି । ମୃତ ମହିଳା ହେଉଛନ୍ତି ନୂଆଗଡ଼ ଗାଁ’ର ୬୦ ବର୍ଷୀୟ ସୁବାସିନୀ ନାୟକ।ବଡ଼ି ଭୋର୍‌ରୁ ସୁବାସିନୀ ଶୌଚହେବା ପାଇଁ ବାହାରକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଶୁଣ୍ଢରେ ଉଠାଇ ନେଇ ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଦୁଃଖଦାୟକ ଘଟଣାରେ ମର୍ମାହତ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରି ଆଠମଲ୍ଲିକ-ଅନୁଗୋଳ ରାସ୍ତା ଅବରୋଧ କରିଥିଲେ। ଫଳରେ ସେ ରାସ୍ତାରେ ଗମନାଗମନ ବାଧାପାଇଛି।ପୁଲିସ ଓ ବନବିଭାଗ କର୍ମଚାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି ।

Advertisement