ଭୁବନେଶ୍ୱର,୨୮/୮(କୁନା ପ୍ରଧାନ ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜାପାନ ରାଷ୍ଟ୍ରଦୂତ ଏଚ.ଇ କେନଜି ହୀରାମାତସୁଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉଭୟ ଇସ୍ପାତ ଉତ୍ପାଦନ, ପାରମ୍ପରିକ ଏବଂ ଅଣ-ପାରମ୍ପରିକ ଓ ନବୀକରଣ ଉର୍ଜା ସମ୍ବଳ କ୍ଷେତ୍ରରେ ଭାରତ ଓ ଜାପାନର ସମ୍ପର୍କକୁ ମଜବୁତ କରିବା ପାଇଁ ଆଲୋଚନା କରିଛନ୍ତି। ବ୍ୟବସାୟିକ ଭିତିରେ ଦୁଇ ଦେଶ ଭିତରେ ସମ୍ପର୍କ ସୁଦୃଢ଼ କରିବା ନିମନ୍ତେ ଆଲୋଚନା କରିଛନ୍ତି ।

















