ଶ୍ରୀକ୍ଷେତ୍ରରେ ଭଙ୍ଗାଯିବ ୧୭୦ ଘର ୫୦ ବ୍ୟାବସାୟିକ ପ୍ରତିଷ୍ଠାନ

292
ADVERTISEMENT

ପୁରୀ,୨୮/୮(ଏଜେନସି ) : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ନେଇ ଆଜିଠାରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଲଙ୍ଗୁଳି ମଠକୁ ଭାଙ୍ଗିବା ପରେ ବର୍ତ୍ତମାନ ଏମାର ମଠ ଓ ବଡ଼ଆଖଡ଼ା ମଠ ଭଙ୍ଗାଯିବା ଲାଗି ପ୍ରସ୍ତୁତି ଚାଲିଛି । ତେବେ ଉଚ୍ଛେଦ ପ୍ରକ୍ରିୟା ନେଇ କ୍ୟାବିନେଟ୍‌ରେ ଯେଉଁ ନିଷ୍ପତ୍ତି ହୋଇଥିଲା ସେ ସଂପର୍କିତ ଚିଠି ଆଜି ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି। ଚିଠିରେ ସପ୍ତାହେ ଭିତରେ ଷ୍ଟାଟସ୍ ରିପୋର୍ଟ ଦେବାକୁ କୁହାଯାଇଛି। ୭୫ ମିଟର ପରିମିତ ଜାଗାରେ ପ୍ରାୟ ୧୭୦ ବ୍ୟକ୍ତିଗତ ଘର ଓ ୫୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ହେଉଥିବା ଆକଳନ କରାଯାଇଛି। ଯେଉଁମାନେ ଏହି ଉଚ୍ଛେଦ ପ୍ରକ୍ରିୟାରେ ଘର, ଜାଗା ହରାଇବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ଥଇଥାନ କରାଯିବ ଓ ପରେ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

Advertisement