Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର କୋରାପୁଟ:ସାପ୍ତାହିକ ହାଟରେ ଜମୁଛି ଏବେ ପ୍ରାର୍ଥୀଙ୍କ ପ୍ରଚାର

କୋରାପୁଟ:ସାପ୍ତାହିକ ହାଟରେ ଜମୁଛି ଏବେ ପ୍ରାର୍ଥୀଙ୍କ ପ୍ରଚାର

369
ADVERTISEMENT

କୋରାପୁଟ(ଦୁନିଆ ହାଲ୍ ଚାଲ୍): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହାତରେ ରହିଛି ମାତ୍ର ୬ଦିନ। ଆଉ ଭୋଟରଙ୍କୁ ମନାଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ସାଧାରଣତଃ ନିର୍ବାଚନ ସମୟ ଆସିଲେ ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟରଙ୍କ ଘରକୁ ଯାଇ ମନାଇଥାନ୍ତି। ଏମିତିକି ଗାଁ ଗାଁରେ ସଭା ସମିତି କରି ମନାଇବାକୁ ପ୍ରୟାସ କରିଥାନ୍ତି। ତେବେ କୋରାପୁଟ ନିର୍ବାଚନ଼ମଣ୍ଡଳୀରେ ନେତାମାନେ ଆପଣାଇଛନ୍ତି ଏକ ଭିନ୍ନ ପନ୍ଥା। ସ୍ଥାନୀୟ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ଏବେ ପ୍ରାର୍ଥୀଙ୍କ ନଜରରେ ରହିଛି । ହାଟକୁ ବିଭିନ୍ନ ଗାଁରୁ ଶତାଧିକ ବ୍ୟବସାୟୀ ଏବଂ ଲୋକ ଆସୁଥିବାରୁ ପ୍ରାର୍ଥୀମାନେ ସେଠାକୁ ଯାଇ ପ୍ରଚାର କରୁଛନ୍ତି।

Advertisement