କୁକୁଡାଖଣ୍ଡି,୨୬/୮(ଇ ରଞ୍ଜନ) : ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶ୍ରୀ ଆଶୁତୋଷ କର ସାଷାତ କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଆୟୁର୍ବେଦ ମହାବିଦ୍ୟାଳୟରେ ଖାଲିପଡିଥିବା ଅଧ୍ୟାପକ ନିଯୁକ୍ତି,ରାଜ୍ୟ ସରକାରଙ୍କ ତରଫରୁ ଅଧିକ ପାଣ୍ଠି ଯୋଗାଣ, ରୋଗୀ ମାନଙ୍କ ପାଇ ଆମ୍ବୁଲାନ୍ସ ଯୋଗାଣ, ଆୟୁର୍ବେଦକୁ ସର୍ବ ସାଧାରଣରେ ପହଂଚିବା ପାଇଁ ଚିକିତ୍ସା ମେଳାର ଆୟୋଜନ ପାଇଁ ଆଲୋଚନା ହୋଇଛି । ବିଧାୟକ ଏ ସମସ୍ତ ବିଷୟକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ସରକାରଙ୍କର ଦୃଷ୍ଟିକୁ ଆଣିବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିବା ଜଣା ପଡ଼ିଛି । ଆଗକୁ କୌଣସି ଅସୁବିଧା ହେଲେ ତାଙ୍କ ସହ ସିଧାସଳଖ ଅଲୋଚନା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । କେଏଟିଏସରେ ବହୁ ବର୍ଷ ଧରି ସମସ୍ୟା ଲାଗିରହିଥିଲେ ମଧ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

















