ଭୁବନେଶ୍ୱର,୨୦।୯(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଏକ କାର୍ ନାଳର ପ୍ରଖର ଜଳସ୍ରୋତରେ ଭାସିଯିବା ଫଳରେ କାର ରେ ଥିବା ଭୁବନେଶ୍ବର ଜୟଦେବବିହାର ଆତ୍ମାରାମ ବସ୍ତିର ଗୋଟିଏ ପରିବାରର ୭ ଜଣଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶିବପ୍ରସାଦ ବେହେରା, ରୀତାରାଣୀ ବେହେରା, ଜ୍ଞାନେନ୍ଦ୍ର ବେହେରା, ରାଧାରାଣୀ ବେହେରା, ପୁଅ ବି. ସାଇ ସ୍ବସ୍ତିକ ଓ କ୍ରିଷ୍ଣା ରାଜବୀର ଏବଂ ଝିଅ ସାଇରା ସ୍ବୟଂପ୍ରଭା। ଏମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ଗାଡ଼ିଚାଳକ ଶ୍ୟାମସୁନ୍ଦରଙ୍କ ମଧ୍ୟ ମୃତ୍ୟୁ ଘଟିଛି।

















