ବ୍ରହ୍ମପୁର,୨୦।୯(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ CDPO କାର୍ଯ୍ୟାଳୟର ICDS ସୁପରଭାଇଜର ବି.ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ (JRA) ନରସିଂହ ବେହେରା l ସେମାନେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଅଙ୍ଗନବାଡ଼ି କେନ୍ଦ୍ରର ଘରଭଡ଼ା ଟଙ୍କା ମୁକ୍ତ କରାଯିବl ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏବଂ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।


















