ସମ୍ବଲପୁର,୧୫।୦୯(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଖିଣ୍ଡା CTR ଛକ ନିକଟରେ ବାଇକ୍ ର ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଟ୍ରକ୍ ଚକା ତଳେ ଚାପି ହୋଇ ମାଆ ଓ ଶିଶୁକନ୍ୟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଏବଂ ବାଇକ୍ ଚାଳକ ଆହତ ହୋଇଛନ୍ତି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି l


















