ପାତ୍ରପୁର,୧୫।୦୯,(ଋଷିକେଶ ବେହେରା):- ଗଂଜାମ ଜିଲ୍ଲା ପାତ୍ରପୁର ସ୍ଥିତ ବ୍ରାହ୍ମଣ ନୂଆଗାଁ ଠାରେ ଅସ୍ଥାୟୀ ମଣ୍ଡପରେ ୧୩ ଫୁଟର ଗଜାନନ୍ନଙ୍କ ପୂଜା କରାଯାଇଛି। ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବହୁ ଧୂମଧାମରେ ପାଳିତ ହୋଇଥିବାବେଳେ ବ୍ରହ୍ମଣ ନୂଆଗାଁ ବଡକେଉଟ ସାହିରେ ନୀଳାଞ୍ଚଳ ଯୁବକ ସଙ୍ଘର ୭୧ତମ ଅବଦାନରେ ୫ଦିନ ଧରି ପୂଜା ଅନୁଷ୍ଠିତ ହୋଇଯାଇଛି। ଭିନ୍ନ ଏକ ଅବଦାନରେ ଚାନ୍ଦୁଆ ମତି ମାଳରେ ପରିପୂର୍ଣ୍ଣ ଗଜାନନ୍ନଙ୍କ ଦର୍ଶନ ପାଇଁ ଆନ୍ଦ୍ର ଓ ଓଡିଶା ସୀମାନ୍ତ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ପାରିଲିକ୍ଷିତ ଵା ଦେଖିବାକୁ ମିଳିଛି । ଉକ୍ତ ସଙ୍ଘର ସଭାପତି ସଲ୍ୟ ବେହେରା, କୁରେଶ ବେହେରା, ଋଷିକେଶ ବେହେରା, ପିଙ୍କୁ ବେହେରା, ମେଗନାଥ ବେହେରା ସଙ୍ଘର ସମସ୍ତ କର୍ମ କର୍ତ୍ତା ସହଯୋଗରେ ଆଡମ୍ବରେ ପୂଜା ଅର୍ଚନା କରାଯାଇଛି।


















