ବ୍ରହ୍ମପୁର,୧୧।୦୯(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଦୁଇ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍ l ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି । ଉକ୍ତ ଟ୍ରକ୍ ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କାର୍ କୁ ଧକ୍କା ଦେଇ ଦୁଇ ମହିଳାଙ୍କ ଉପରେ ଚଢ଼ିଯାଇଥିଲା।

















