କୁକୁଡାଖଣ୍ଡି ,୧୦/୦୯(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ରୁ ଆଜି ସ୍ଵାକ୍ଷରତା ଓ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କ ନିର୍ଦେଶ କ୍ରମେ ଗ୍ରାମ୍ୟମାଣ ପ୍ରଚାର ରଥକୁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନତା ସୃଷ୍ଟିକୁ ନେଇ ସ୍ଵାକ୍ଷରତା ପରିକ୍ରମା ରଥ ଶୁଭଆରମ୍ଭ କରାଯାଇଛି l ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଜନହିତକର କାର୍ଯ୍ୟକ୍ରମ ଉଲ୍ଲାସ ହେବ ଆମର ଆହ୍ୱାନକୁ ନେଇ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଙ୍କ ସହଯୋଗ କ୍ରମେ ହୋଇଛି। ଏହାକୁ ଉପାଅଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର ଉପସ୍ଥିତ ରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି l ଏହା ଦ୍ୱାରା ଯେଉଁ ବ୍ୟକ୍ତି ମାନେ ପୁନଃ ଶିକ୍ଷା ସହ ଯୋଡି ହେବା କୁ ସତପ୍ରଭୂତ ଭାବେ ଇଚ୍ଛା ପ୍ରକାଶ କରନ୍ତି ତେବେ ପାଠ ର ମର୍ଯ୍ୟାଦା ଉପରେ ଆଲୋକପାତ କରିବା ନିମନ୍ତେ ଶିକ୍ଷା ବିଭାଗ ସହଯୋଗର ହାତ ବଡାଇଦେବା କୁ ଆୱାନ ଦିଆଯାଇଛି l

ଯେଉଁ ମାନେ ସ୍ୱଳ୍ପ ପାଠ ପଢ଼ି ଅହରି ଯାଇଛନ୍ତି କିମ୍ବା ପାଠ ପଡି ନାହାନ୍ତି ବା ଭୁଲିଯାଇଛନ୍ତି, ସେମାନଙ୍କ ନିମନ୍ତେ ପୁନଃ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଏହି ଯୋଜନା ସରକାରୀ ସ୍ତରରେ ପ୍ରଚଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜଣେ ବ୍ୟକ୍ତି ୪ର୍ଥ ଶ୍ରେଣୀ ପାସ୍ ପ୍ରମାଣ ପତ୍ର ପାଇପାରିବେ। ପରବର୍ତ୍ତୀ ସମୟରେ ସରକାରଙ୍କ ଅଧିନ ରେ ଥିବା ଶିକ୍ଷା ବିଭାଗର ଏସଆଇଓଏସ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ପରବର୍ତୀ ସମୟରେ ଏନଆଇଓଏସ ରେ ନାମ ଲେଖାଇ ଯୁକ୍ତ ୨ପାସ୍ କରିବାର ସୁବିଧା ମଧ୍ୟ ରହିଥିବା ଶିକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି l ଶିକ୍ଷା କେବଳ ଅକ୍ଷର ଜ୍ଞାନ ନୁହେଁ, ଏହା ବୃତ୍ତିଗତ କିମ୍ବା ଜ୍ଞାନର ଭଣ୍ଡାର ଭଳି ବ୍ୟବହାର ହୋଇ ପାରିବ ବ୍ୟାଙ୍କ କାମ, ମୋବାଇଲ ବ୍ୟବହାର, ସ୍ୱାସ୍ଥ୍ୟ, ପରିବେଶ ଏବଂ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରାଏ। ତେଣୁ ସରକାରୀ ଯୋଜନାର ଲାଭ ପାଇବା ସହ ରୋଜଗାରକ୍ଷମ ହେବା ପାଇଁ ଏହା ଏକ ବଡ଼ ମାଧ୍ୟମ। ଏହି ଅବସରରେ ନିଜ ଅଞ୍ଚଳର ବିଦ୍ୟାଳୟକୁ ଯାଇ ଉଲ୍ଲାସ ବିଷୟରେ ଅଧିକ ଜାଣିବା ଏବଂ ଅନ୍ୟମାନଙ୍କୁ ଆୱାନ କରି ସମାଜ କୁ ଶିକ୍ଷିତ କରି ଉତ୍ସର୍ଗ କରାଇବା ପାଇଁ ଅନ୍ୟ କୁ ପବର୍ତ୍ତ|ଇବା । ଶିକ୍ଷିତ ଭାରତ, ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରାଯାଇଛି। ଏଥିରେ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ସେଠି, ସିମାଞ୍ଚଳ କାର୍ଜୀ, ସମେତ ସିଆରସିଏସ ଓ ଶିକ୍ଷା ବିଭାଗ କର୍ମଚାରି,ଶିକ୍ଷକ ମାନେ ଉପସ୍ଥିତ ଥିଲେ l
















