କୁକୁଡାଖଣ୍ଡି,୦୭।୦୯(ଇ ରଞ୍ଜନ):-କୁକୁଡାଖଣ୍ଡି କଂଗ୍ରେସ ପକ୍ଷରୁ ଏସଆଇଆର ବିଏଲଏ ୨ବୁଥ୍ କୁକୁଡାଖଣ୍ଡି ବ୍ଲକର ୮୫ ପ୍ରତିନିଧିଙ୍କୁ ଉପଡୋକନ ସହ ଉତ୍ତରୀୟ ପ୍ରଧାନ କରି ସମ୍ବର୍ଦ୍ଧନା ପ୍ରଧାନ କରାଯାଇଛି। ବ୍ରହ୍ମପୁର ଉପକଣ୍ଠ ମହୁରୀ କାଳୁଆ ଠାରେ ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶାକା ସୁଜିତ କୁମାରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ଏସଆଇଆର ବୁଥ୍ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ରବି ରଥ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଉପରେ ଉଦବେଗ ପ୍ରକାଶ କରାଯାଇଥିଲା। ବିଶେଷ କରି ଏସଆଇଆର ଭୋଟର ତାଲିକାର ସଘନ ସଂଶୋଧନ ବେଳେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରାଯାଇଛି। ସରକାର ବିରୋଧୀ ହଜାର ହଜାର ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏହା ସହ ବିଜେଡି ନେତା ଅଦୃଶ୍ୟ ଥିବା ବେଳେ ସ୍ଥାନୀୟ ନେତା ଙ୍କ ଇଚ୍ଛାଶକ୍ତି ଅଭାବ ରୁ ଦିଗପହଣ୍ଡି ଅଞ୍ଚଳରେ ବିକାଶ ନିମ୍ନ ସ୍ତରରେ ପହଞ୍ଚିଛି ବୋଲି କଂଗ୍ରେସ ନେତା ଏସ. ସୁଜିତ କୁମାର କହିଛନ୍ତି। ନିର୍ବାଚନ ମଣ୍ଡଳୀର ନେତା ଗୀତ ଗାଇ ଲୋକଙ୍କୁ ଭୁଲାଇ ସମୟ ବିତାଉଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ କିଭଳି ବାଜିମାତ କରିବ ସେ ନେଇ ମଧ୍ୟ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏଥିରେ ମଞ୍ଚାସିନ ଥିବା କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ଼, ବିକ୍ରମ ପଣ୍ଡା, ମହେଶ୍ୱର ପାତ୍ର, ଆର.ଦିନବନ୍ଧୁ, ଶଙ୍କର ଅଧିକାରୀ, କୃଷ୍ଣ ସ୍ୱାଇଁ, ସାଗର ମହାରଣା, ମୁତ୍ୟୁଞ୍ଜୟ ପାତ୍ର, ପ୍ରମୁଖ ମଞ୍ଚାସିନ ଥିବା ବେଳେ ଉତ୍ତମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ସହ ବହୁ ସଂଖ୍ୟା ରେ କଂଗ୍ରେସ କର୍ମୀ ଯୋଗଦେଇଥିଲେ l

















