ନୂଆଦିଲ୍ଲୀ,o୩/୦୯(ଡ଼ି.ଏଚ ବ୍ୟୁରୋ):-ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୨୨୫କୁ ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରତିଦିନ ଅଧିକରୁ ଅଧିକ ମୃତଦେହ ଉଦ୍ଧାର କରାଯାଉଛି। ବର୍ତ୍ତମାନ ସୁଦ୍ଧା ନିଖୋଜଙ୍କ ସଂଖ୍ୟା ୪୮୫୮ରେ ପହଞ୍ଚି ଥିବାବେଳେ ଯେଉଁସବୁ ଅପରିଚିତ ମୃତଦେହ ଉଦ୍ଧାର ହେଉଛି ତା’ର ଡିଏନଏ ନମୁନା ଓ ଅନ୍ୟ ପରିଚୟକୁ ସଂରକ୍ଷଣ ରଖାଯିବା ପରେ ଗଣସଂସ୍କାର କରାଯାଉଛି।



















