ନୂଆଦିଲ୍ଲୀ,୩୧/୮(ଡ଼ି.ଏଚ ବ୍ୟୁରୋ):-ଉତ୍ତର ସାଇପ୍ରସ୍ର କିରେନିଆ ବନ୍ଦର ନିକଟ ସମୁଦ୍ରରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୩ଜଣ ନିଖୋଜ ଅଛନ୍ତି। ୨୬୭ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଡଙ୍ଗାଟି କିରେନିଆରୁ ତୁର୍କୀର ମେରସିନ୍ ପ୍ରଦେଶ ଅଭିମୁଖେ ଯାତ୍ରା କରିଥିଲା। ହେଲେ ଡଙ୍ଗାଟି ସମୁଦ୍ର କୂଳରୁ ପ୍ରାୟ ୨ରୁ ୪ ମାଇଲ୍ ଦୂର ଅତିକ୍ରମ କରିବା ପରେ ଓଲଟି ପଡ଼ିଥିଲା।

















