ବ୍ରହ୍ମପୁର,୨୫।୦୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ସରକାରୀ ଚାକିରି ଦେବା ନାଁରେ ଠକେଇ । ବୈଦ୍ୟନାଥପୁର ଥାନା ପୋଲିସ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଜଗଦୀଶ କୁମାର ବେହେରା ଓ ତାଙ୍କ ସହଯୋଗୀମାନେ ବେକାର ଯୁବକ-ଯୁବତୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଦେବାର ଲୋଭ ଦେଖାଇ ମୋଟ ପ୍ରାୟ ଦେଢ଼ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।


















