ଭୁବନେଶ୍ୱର,୨୪/୦୮(ଡ଼ି.ଏଚ ବ୍ୟୁରୋ):-ଆଜି ଶ୍ରାବଣ ମାସର ଶେଷ ସୋମବାର l ଏହି ଅବସରରେ ରାଜ୍ୟର ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ସହ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି । ସେହିଭଳି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ,କଟକର ଧବଳେଶ୍ୱର ପୀଠ, ବଲାଙ୍ଗୀରିର ହରିଶଙ୍କର ପୀଠରେ ବୋଲବମ୍ ଭକ୍ତମାନେ ଝରଣାରେ ସ୍ନାନ କରି ପୂଜାର୍ଚ୍ଚନା କରିବା ପରେ ଜଳପୂର୍ଣ୍ଣ କଳସ ଧରି ମହାଦେବଙ୍କ ଦର୍ଶନ ଓ ଜଳଲାଗି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।

















