ADVERTISEMENT
Home ଆଞ୍ଚଳିକ ଗଞ୍ଜାମରେ ଓମ୍ ଶାନ୍ତି ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ l

ଗଞ୍ଜାମରେ ଓମ୍ ଶାନ୍ତି ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ l

4
ADVERTISEMENT

ଗଞ୍ଜାମ,୨୧/୦୮(ଋଷିକେଶ ବେହେରା):-ପ୍ରଜା ପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ଗଞ୍ଜାମ ଆଶ୍ରମ ତରଫରୁ ଗଞ୍ଜାମ ବ୍ଲକ ଓ ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍କୁଲ କଲେଜରେ ୧୦କୋଟି ନିଶା ମୁକ୍ତ ପ୍ରତିଜ୍ଞା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗତ ୬ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଚାଲି ଆସିଥିବା ଏହି ଅଭିଯାନ ବ୍ରହ୍ମା କୁମାରୀ କସ୍ତୁରୀ ଦିଦିଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମା କୁମାରୀ ଯମୁନା,ବ୍ରହ୍ମା କୁମାର ନିରଞ୍ଜନ,ବ୍ରହ୍ମା କୁମାର ଲକ୍ଷ୍ମଣ,ବ୍ରହ୍ମା କୁମାର ସହଦେବ,ବ୍ରହ୍ମା କୁମାରୀ ଲକ୍ଷ୍ମୀ,ବ୍ରହ୍ମା କୁମାରୀ ସୁନୀତା ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଏହି ମହତ୍ତ୍ଵପୂର୍ଣ୍ଣ ଜନସଚେତନତା କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ କୁଯାଇ ନିଶାଦ୍ରବ୍ୟ ର କୁପ୍ରଭାବ ସମ୍ପର୍କରେ ସଚେତନତା କରାଯିବା ସହ ନିଶାମୁକ୍ତ ଜୀବନ ଯାପନ ପାଇଁ ପ୍ରେରଣା ଦିଆଯାଇଥିଲା l ଏପରିକି ଗଞ୍ଜାମ ମହାବିଦ୍ୟାଳୟରେ ଡ଼ଃ ସ୍ମରଣିକା ହୋତା, ହୂମ୍ମା ସ୍ଲଟ କଲେଜ ଅଧ୍ୟକ୍ଷ ନିରଞ୍ଜନ ରଥ ଖଣ୍ଡଦେଉଳି ସହିଦ ଭଗତ ସିଂ କଲେଜ ସରୋଜ କୁମାର ଜେନା ଗଞ୍ଜାମ ଭାରତ ବିଦ୍ୟାପୀଠ ପିଟି ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ସନ୍ତୋଷପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚାନ୍ଦ୍ର ପଲାଇ, ହୂମ୍ମା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷକ ମହେଶ୍ବର ବେହେରା,, ଆଦର୍ଶ ଶିକ୍ଷକ ପ୍ରଧାନ ଶିକ୍ଷକ ବୃନ୍ଦାବନ ବେହେରା, ଜୟଶ୍ରୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଜୟଲକ୍ଷ୍ମୀ ମହାନ୍ତି, ଏକ୍ସ ବୋର୍ଡ ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡା, ସନ୍ତୋଷପୁର ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ମୁଖ୍ୟ ବଟକୃଷ୍ଣ ତ୍ରିପାଠି, କାର୍ତ୍ତିକଢ଼ି ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବେହେରା ପଣିବନ୍ଧ ପ୍ରଧାନ ଶିକ୍ଷକ ଟୁନା ଜେନା ପ୍ରମୁଖ ଶିକ୍ଷାଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନିଶାମୁକ୍ତି ସମ୍ପର୍କରେ ଶପଥ ପାଠ କରାଯିବା ସହ ସଚେତନତା ସୃଷ୍ଟି କରାଯାଇଥିଲା ଆଗାମୀ ଦିନରେ ଗଞ୍ଜାମ ବ୍ଲକର ସମସ୍ତ ଗ୍ରାମକୁ ଯାଇ ଏହି ନିଶାମୁକ୍ତ କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ରହ୍ମା କୁମାର ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି l

Advertisement