Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ମନ୍ତ୍ରୀଙ୍କ ଅଷ୍ଟଶମ୍ବୁ ଭ୍ରମଣ ସହ ବଜାରଗୃହ ଉଦ୍ଘାଟନ l

ମନ୍ତ୍ରୀଙ୍କ ଅଷ୍ଟଶମ୍ବୁ ଭ୍ରମଣ ସହ ବଜାରଗୃହ ଉଦ୍ଘାଟନ l

5
ADVERTISEMENT

ବ୍ରହ୍ମପୁର,୧୮/୮(ଇ ରଞ୍ଜନ):-କୁକୁଡାଖଣ୍ଡି ଶ୍ରାବଣ ମାସ ତୃତୀୟ ସୋମବାର ଗଞ୍ଜାମ ଜିଲ୍ଲା ମହୁରୀଗଡ଼ ଅଷ୍ଟଶମ୍ଭୁ ପୀଠଗୁଡ଼ିକରେ ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା ହୋଇଯାଇଛି । ଏ ଅବସରରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ୮ଶମ୍ଭୁ ଶୈବ ପୀଠ ପରିଦର୍ଶନ କରି ଜଗତର ମଙ୍ଗଳକାମନା କରିଛନ୍ତି। ଗୋଳନୁରା ଈଶାଣେଶ୍ବର ମନ୍ଦିରରୁ ରୁଦ୍ରାଭିଷେକ । ପରେ କୋଳଥି ଗାଁ ଶିବ ଖୋଲେଶ୍ଵର ମନ୍ଦିର,ରା୍ଳବ ସ୍ଥିତ ଷଣ୍ଡେଶ୍ଵର ମନ୍ଦିର, ଗୌଞ୍ଜୁ ସୋମେଶ୍ଵର ମନ୍ଦିର, ସୁନ୍ଦରପୁର ସୁନ୍ଦରେଶ୍ଵର ମନ୍ଦିର,ଭାବିନିପୁର ଶୈବ ପୀଠ ସକଳେଶ୍ଵର ମନ୍ଦିର, ସୁକୁଣ୍ଡା ଗୋକର୍ଣ୍ଣେଶ୍ଵର ମନ୍ଦିର ଏବଂ ଲାଠି ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ ମନ୍ତ୍ରୀ ଶ୍ରୀ ଜେନା ଏହା ପରେ ଜଗତ ର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିଥିଲେ।

ଗ୍ରସ୍ତବେଳେ ଭାବିନିପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତ ସାହୁଙ୍କ ଅନୁରୋଧ କ୍ରମେ ମନ୍ତ୍ରୀ ନୂତନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ l ୨୦ ଲକ୍ଷ ଟଙ୍କା ରେ ନିର୍ମିତ ନବ ବଜାର ଗୃହ ଉଦ୍ଘାଟନ l ପ୍ରଥମେ ନବନିର୍ମିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟର୍ପଣ କରି ତାଙ୍କ ନାମ ରେ ନାମିତ ଥିବା ମାର୍କେଟ୍ କମ୍ପେକ୍ସର ଉଦ୍‌ଘାଟନ ହୋଇଥିଲା । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ କୁକୁଡାଖଣ୍ଡି ପ୍ରତିନିଧି ସୂର୍ଯ୍ୟମଣି ପାତ୍ର, ଲୋଚାପଡା ସରପଞ୍ଚ ଏଲ୍. ମୋହନ ଦାସ,ଶ୍ରୀକାନ୍ତ ସାହୁ, ମୁନା ରାଉଳ, ନ୍ୟାୟବ ସରପଞ୍ଚ ଶିବାନୀ ପାତ୍ର,ଲୋଚାପଡା ସମିତି ସଭ୍ୟ ଚଣ୍ଡୀଚରଣ ସାହୁ,ସୁମନ ସାବତ, ସୁଶାନ୍ତ ଦାସ, କୃଷ୍ଣଚନ୍ଦ୍ର ଡାକୁଆ,ଗୋପାଳ ସାହୁ, ତାମେୟା ପାତ୍ର, କେ.ଶେଖର ଦାସ, ସମେତ ବହୁ ଭକ୍ତ ଏବଂ ନେତୃତ୍ୱ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Advertisement