ବ୍ରହ୍ମପୁର,୧୮/୮(ଇ ରଞ୍ଜନ):-ବ୍ରହ୍ମପୁର ସଦର ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁଚିତ୍ରା ପରିଡ଼ା ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସଦର ଥାନାର ଥାନା ଅଧିକାରୀ ଭାବେ ସନ୍ତୋଷ କୁମାର ବେହେରା ଦାୟିତ୍ୱ ତୁଲାଉଥିଲେ। ତାଙ୍କୁ ଏବେ ହେଡକ୍ୱାର୍ଟରକୁ ବଦଳି କରାଯିବା ନେଇ ସୂଚନା। ଥାନାର ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ଅଭିଯୋଗର ତ୍ୱରିତ ତଦନ୍ତ ଏବଂ ସାଧାରଣ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବା ମୋର ପ୍ରମୁଖ ଦାୟିତ୍ୱ ବୋଲି କହିଛନ୍ତି। ବିଭିନ୍ନ ମହଲରୁ ନୂତନ ଥାନାଧିକାରୀଙ୍କୁ ସ୍ୱାଗତ ଜଣାଇଛନ୍ତି।

















