କୁକୁଡାଖଣ୍ଡି,୧୭।୦୮(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ଅଞ୍ଚଳରେ ପ୍ରସ୍ତାବିତ ଥାନା ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ବିଳମ୍ବ ହୋଇଥିବା ବେଳେ ଆଜି ସଫଳତା ମିଳିଛି l ଅଞ୍ଚଳର କିଛି ସମାଜ ସେବୀ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଥାନା ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜୁନ ୭ ତାରିଖରେ ଅଞ୍ଚଳବାସି ତଥା ନିମଖଣ୍ଡିର ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ କେ. ତ୍ରିପତି ଦାଶ, ଇ. ରଞ୍ଜନ ଓ ଲାଲ କ୍ରିଷ୍ଣା ପାତ୍ରଙ୍କୁ ନେଇ ଏମାନେ କଟକ ସ୍ଥିତ ପୁଲିସ ମୁଖ୍ୟଳୟର ଅଭିଯୋଗ ପ୍ରକୋଷ୍ଠରେ ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ସୌମ୍ୟନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅନୁରୋଧ କରିଥିଲେ । ଏହାର ଶୁଣାଣି କରି ଶ୍ରୀ ପ୍ରିୟଦର୍ଶୀ ଏହା କୁ ଖୁବ ଶୀଘ୍ର କାର୍ଯ୍ୟକାରି କରିବାକୁ ଅଞ୍ଚଳବାସିଙ୍କୁ ପ୍ରତିଶୃତି ଦେଇଥିଲେ l ସାଂସଦ ଶ୍ରୀ ପାଣିଗ୍ରାହୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିବା ସହ ଥାନା ନିର୍ମାଣରେ ସହଯୋଗ କରିବାକୁ କହିଥିଲେ l ଯାହା ଫଳ ରେ ନିମଖଣ୍ଡି ଥାନା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟିରୁ ଉର୍ଦ୍ଧ ଟଙ୍କାର ଟେଣ୍ଡର ଆୱାନ କରାଯାଇଥିବା ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟର କୋଠା ବିଭାଗର ଅଧିକାରୀ ଦେବାଶିଷ ପାଣିଗ୍ରାହୀ ଏବଂ ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି l ସୂଚନା ପାଇ ଅଞ୍ଚଳର ବାସି ବହୁ ଖୁସି ବ୍ୟକ୍ତ ହୋଇଛନ୍ତି l ଅନୁରୋଧ ରକ୍ଷା କରି ପୁଲିସ ବିଭାଗ ର ଅଧିକାରୀ ମାନେ
ଏବଂ ଜନପ୍ରତିନିଧି ମାନଙ୍କ ଉଦ୍ୟମ ରେ ଥାନା ନିର୍ମାଣ ହୋଇଥିବା ରୁ ବେଶ ପ୍ରଶଂସା କରିଛନ୍ତି ଅଞ୍ଚଳବାସି l
















