କୁକୁଡାଖଣ୍ଡି,୧୭।୦୮(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକରେ ଆଜି ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଚଳିତ ବର୍ଷ ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ପତାକାକୁ ପୂର୍ଣ୍ଣ ସମ୍ମାନ ଜଣାଇ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଉପସ୍ଥିତ ହୋଇ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର । ବ୍ଲକ ବିଡ଼ିଓ ପୋଲ୍ଲବୀ ସ୍ୱାଇଁ,ଜିପିଓ ଅଶୋକ ପଟ୍ଟନାୟକ,ବରିଷ୍ଠ ସମାଜ ସେବୀ ଉଦୟ ବେହେରା, କୈଳାଶ ବିଷୋୟୀ, ଦିଗପହଣ୍ଡିର ବିଜେଡି ନେତା ନିରଞ୍ଜନ ରେଡ୍ଡୀ ପ୍ରମୁଖ ଯୋଗଦେଇଥିବା ବେଳେ ଜାତୀୟ ସଙ୍ଗୀତ ଗାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି। ଅର୍ପଣ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସେହିପରି ଜଗଦଳପୁର ଠାରେ ସହିଦ ଶ୍ରୀନିବାସ ପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ଅବସର ପ୍ରାପ୍ତ ସୌନିକ ମାନଙ୍କ ସହ ଦେଶାତ୍ମକ ଅନୁଭୂତି ବିଷୟରେ ଆଲୋଚନା କରିଥିଲେ l ଏଥିରେ , ପଞ୍ଚାୟତ ପ୍ରତିନିଧି ଅନୁପସ୍ଥିତ ଥିବା ବେଳେ ୫ରୁ ୭ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l ଆସିଥିବା ଅତିଥି,ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଉପସ୍ଥିତି ଦେଖିବା କୁ ମିଳିଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ସହ ଦେଶର ବିକାଶ ଓ ଏକତା ପାଇଁ ସମସ୍ତେ କାମ କରିବାକୁ ଆହ୍ୱାନ ଦେଇଥିଲେ।
















