ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଗ୍ରାମରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଗ୍ରାମରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

3
ADVERTISEMENT

ଗଞ୍ଜାମ,୧୭।୦୮(ଋଷିକେଶ ବେହେରା ):-କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରାଳୟ ମେରା ଯୁବା ଭାରତ ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଗ୍ରାମରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଟାତା,ଓ ଜେ ୟୁ ରାଜ୍ୟ ମହିଳା ଆବାହିକା ତଥା ଆଶା ଇକବାଲ ଜାତୀୟ ପୁରସ୍କାର ପ୍ରାପ୍ତ ବିଜୟଲକ୍ଷ୍ମୀ ମହାଙ୍କୁଡ଼ଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମାଜସେବୀ ଜେ. ଟିଟୁ ଓ ସି ଏଚ ପଦ୍ମିନୀଙ୍କ ନେତୃତ୍ୟରେ ୭ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ତ୍ରିରଙ୍ଗା ଜାତୀୟ ପତାକା ହାତରେ ଧରି ସ୍ୱାଧୀନତା ଦିବସ ସମ୍ପର୍କରେ ବିଭିନ୍ନ ନାରା ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲେ l ଦ୍ୱିତୀୟ ପର୍ଯ୍ୟାୟରେ ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା l ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜାତୀୟ ସ୍ବାଧୀନତା ଦିବସ ସମ୍ପର୍କିତ ବକୃତା, ସଙ୍ଗୀତ ଓ କ୍ୟୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଜାତୀୟ ସଙ୍ଗୀତ ଗାନ କରିବା ସହ ଜାତୀୟ ପତାକା କୁ ସାଲାମ ଦେଇ ୮୦ ତମ ସ୍ବାଧୀନତା ଦିବସ ପାଳନ କରିଥିଲେ l ଶେଷରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ ସ୍ଥାନୀୟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସାମ୍ବାଦିକ ସଙ୍ଘ ର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଦିଗଦର୍ଶନ ଅନୁଷ୍ଠାନର ଉପ ସଭାପତି ରାକେଶ କୁମାର ନାୟକ, ସମାଜସେବୀ ରସଧାରମଣ ପାଢ଼ୀ, ସି ଏଚ ବାବାଜୀ ଓ ସି ଏଚ ଗୌରହରି ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚସିନ ରହିଥିଲେ l ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

Advertisement