ଓଡ଼ଗାଁ,୧୫।୦୮,(ଡ଼ି.ଏଚ ବ୍ୟୁରୋ):- ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବେଲଦ୍ୱାର ଗାଁରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ହାତ ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିବା ସ୍ତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ସ୍ତ୍ରୀ ଶରଣକୂଳ ଥାନା ହରିହରପୁର ଗାଁର ତପସ୍ୱିନୀ ୨୦୨୦ରେ ବକ୍ସି ପ୍ରଧାନଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ୫ ବର୍ଷର ଝିଅ ଅଛି।
















