ଛତ୍ରପୁର,୧୪/୦୮(ଋଷିକେଶ ବେହେରା ):- ଛତ୍ରପୁର ଅଷ୍ଟମ ବାଟାଲିୟନ ପରିସରରେ ସାଂସଦ ପାଣ୍ଠିରୁ ନିର୍ମିତ ନୂତନ କମ୍ୟୁନିଟି ଗୃହ ସହ ପଥର କଳାକୃତି ଉଦଘାଟିତ ହୋଇଛି। ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟର ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଦୁର୍ଗପତି ସାରଦା ପ୍ରସାଦ ଦାସ, ଉପଦୁର୍ଗପତି ଯଶବନ୍ତ ସେଠୀ, ସହଦୁର୍ଗପତି ପବିତ୍ର ମୋହନ ମୁଣ୍ଡା, ଛତ୍ରପୁର ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଉପାଧ୍ୟକ୍ଷ ଜି. ପାପା ରାଓ, ଶାଖା ସଂଘ ସଭାପତି ଯଶବନ୍ତ ସ୍ୱାଇଁ,ପୋଡ଼ାପଦର ସରପଞ୍ଚ ସୁଜାତା ଦାଶ, ଅଗସ୍ତି ନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ ଏବଂ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଇନ୍ସପେକ୍ଟର ଆର୍ମସ୍ ଏସ୍. ଯୁଧିଷ୍ଠିର ରେଡ୍ଡୀ, ସମ୍ପାଦକ ଜଗନ୍ନାଥ ସେଠୀ, ସି.ସି. ସୁଶାନ୍ତ ସେଠୀଙ୍କ ସମେତ ବହୁ ସିପାହୀ ଉପସ୍ଥିତ ଥିଲେ। ଏଥିସହ ବାଟାଲିୟନ ପରିସରରେ ସ୍ଥାପିତ ପଥର କଳାକୃତି ପରିସରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଏକ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିଛି।

















