ବ୍ରହ୍ମପୁର,୧୩।୦୮(ଡ଼ି.ଏଚ ବ୍ୟୁରୋ):- ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର l ସେ ଜଣେ ହିତାଧିକାରୀଙ୍କଠାରୁ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରସେସ୍ କରିବା ଏବଂ ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ିବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଏବଂ ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

















