ଭୁବନେଶ୍ୱର,୦୬।୦୮(ଡ଼ି.ଏଚ ବ୍ୟୁରୋ):-ନୂଆଦିଲ୍ଲୀ ସ୍ଥିତ ‘ରାଷ୍ଟ୍ରପତି ଭବନ’ରେ ଏବେ ସ୍ଥାନ ପାଇବ ଶ୍ରୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଚକ। ଏଥିପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ସମଗ୍ର ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ଓ ଗର୍ବର ଲହରୀ ଖେଳିଯାଇଛି।

















