ଭୁବନେଶ୍ୱର,୦୧।୦୮(ଡ଼ି.ଏଚ ବ୍ୟୁରୋ):-ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଛତିଶଗଡ ସରକାର କଲମାର ସମସ୍ତ ୬୬ ଗେଟ୍ ଖୋଲି ଦେବା ପରେ ମହାନଦୀ ଉପକୂଳ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି l ବିଶେଷ କରି ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ା ଏବଂ ସେମଲିଆ ଗାଁ ନିକଟକୁ ମହାନଦୀ ପାଣି ଏବଂ ରିଜର୍ଭର ପଛୁଆ ପାଣି ମାଡ଼ି ଆସିଛି l ଫଳରେ ସୁଖାସୋଢ଼ା ସେମଲିଆରେ ଚାଷ ଜମି ବୁଡ଼ି ଯାଇଛି l
















