ଭୁବନେଶ୍ୱର,୦୧।୦୮(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଇଏମ୍ଏସ୍) କାର୍ଯ୍ୟକାରୀ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଆଧାରିତ ଏହି ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ଅଗଷ୍ଟ ୧ ତାରିଖରୁ ରାଜ୍ୟର ନିର୍ଦ୍ଧାରିତ ଜାତୀୟ ଓ ରାଜ୍ୟ ରାଜପଥରେ କାର୍ଯ୍ୟକ୍ଷମହୋଇ ଉକ୍ତ ସିଷ୍ଟମ୍ ମାଧ୍ୟମରେ ଚାରିପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ କରାଯିବ।
















