ସମ୍ବଲପୁର,୩୦।୦୭(ଡ଼ି.ଏଚ ବ୍ୟୁରୋ):-ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ବଢ଼ୁଛି ଜଳସ୍ତର । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ ଛୁଇଁଛି l ପ୍ରତି ସେକେଣ୍ଡରେ ଡ୍ୟାମକୁ ପ୍ରାୟ ୨ ଲକ୍ଷ ୮୪ ହଜାର ୫୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଏହାର ନିୟନ୍ତ୍ରଣ ପାଇଁ ଡ୍ୟାମର ୨ଟି ଗେଟ୍ ଦେଇ ୬୫ ହଜାର ୨୫୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।



















